ନୂଆ ପାଠକ ମାନଙ୍କୁ ଉତ୍ସାହିତ କରିବା ଅଭିଯାନ: ଆପଣ ଯେଉଁଠି ରୁହନ୍ତି ସେଠି ଉଇକିପିଡ଼ିଆ ବିଷୟରେ ସଚେତନତା ବଢେଇବା

Photo by Victor Grigas, CC BY-SA 3.0.

ଆପଣ ଜାଣିଥିଲେ କି ଭାରତରେ ଇଣ୍ଟରନେଟ ବ୍ୟବହାର କରୁଥିବା ଲୋକମାନଙ୍କ ଭିତରୁ ଜମା ୩୩ ପ୍ରତିଶତ ଲୋକ ଉଇକିପିଡ଼ିଆ ବିଷୟରେ ଶୁଣିଛନ୍ତି? ଏହି ଭଳି ଦୁନିଆଁସାରା ଅନେକ “କମ ସଚେତନ” କ୍ଷେତ୍ରଗୁଡିକ ଅଛି । ଉଦାହରଣ ସ୍ୱରୂପ, ଇରାକରେ ଇଣ୍ଟରନେଟ ବ୍ୟବହାର କରୁଥିବା ଲୋକମାନଂକ ମଧ୍ୟରୁ ଜମା ୧୯ ପ୍ରତିଶତ ଏବଂ ବ୍ରାଜିଲରେ ଇଣ୍ଟରନେଟ ବ୍ୟବହାର କରୁଥିବା ଲୋକମାନଂକ ମଧ୍ୟରୁ ଜମା ୩୯ ପ୍ରତିଶତ ଲୋକ ଉଇକିପିଡ଼ିଆ ବିଷୟରେ ଶୁଣିଛନ୍ତି । ଆପଣ ଯଦି ଏହି ଜାଗାଗୁଡିକରୁ କୋଉଠି ରହିଛନ୍ତି ତେବେ ଉଇକିପିଡ଼ିଆକୁ

ନୂଆ ପାଠକମାନଙ୍କୁ କେମିତି ଆକର୍ଷିତ କରାଯାଇପାରିବ ସେଥିପାଇଁ ଆପଣଙ୍କର କିଛି ବିଚାର ଅଛି କି?

ଆମେ ଆପଣଙ୍କ ବିଚାର ଶୁଣିବାକୁ ଚାହୁଁଛୁ! ଆମେ ଜାନୁୟାରୀ ୮ରୁ ଫେବୃଆରୀ ୪ ପର୍ଯ୍ୟନ୍ତ ଗୋଟେ ଅଭିଯାନ ଚଳଉଛୁ: ନୂଆ ପାଠକ ଉତ୍ସାହିତ କରନ୍ତୁ । ଆପଣ ରହୁଥିବା ଜାଗାରେ ଉଇକିପିଡ଼ିଆର ସଚେତନତା ବଢାଇବା ପାଇଁ ଆପଣଙ୍କ ମନରେ ଥିବା ବିଚାର ଜାଣିବା ଏହି ଅଭିଯାନର ମୂଳ ଲକ୍ଷ । ମେଟାରେ ଆର ମାସଭିତରେ ଆପଣଙ୍କ ବିଚାର ଲେଖନ୍ତୁ, ଅନ୍ୟମାନଙ୍କ ସହ ସେହି ବିଷୟରେ ବିଚାରବିମର୍ଶ କରନ୍ତୁ ଏବଂ କିଛି ନୂଆ ପ୍ରକଳ୍ପ ପାଇଁ ଯୋଜନା କରନ୍ତୁ । ଏହି ଅଭିଯାନ ପରେ, ଆପଣଙ୍କ ବିଚାରଗୁଡିକ କାମରେ ଲଗେଇବା ପାଇଁ କିଛି ଆର୍ଥିକ ସହାୟତା ଉପଲବ୍ଧ କରାଯିବ ।ଯୋଉ ପ୍ରକଳ୍ପରେ ଆର୍ଥିକ ସହାୟତା ଦରକାର ନାହିଁ, ସେଠି ଯୋଜନା ଏବଂ ଯିବାଆସିବା ସହାୟତା ଦିଆଯିବ ।

ନୂଆ ପାଠକ କଣ ପାଇଁ

ଆପଣ ରହୁଥିବା ଜାଗାରେ ଉଇକିପିଡ଼ିଆର ସଚେତନତା ବଢାଇବା ପାଇଁ ଆପଣଙ୍କ ମନରେ ଥିବା ବିଚାର ଜାଣିବା ଏହି ଅଭିଯାନର ମୂଳ ଲକ୍ଷ ।କେବେ ଉଇକିପିଡ଼ିଆ ବ୍ୟବହାର ନ କରିଥିବା ଲୋକମାନଙ୍କୁ ଏହି ସ୍ରୋତକୁ ଆଣିବା ଏବଂ ତାଙ୍କୁ ବୁଝେଇବା ଯେ କେମିତି ହଜାର ହଜାର ସ୍ବେଚ୍ଛାସେବକମାନେ ମିଳିମିଶି କାମକରି ଏହି ବିଶାଳ ଜ୍ଞାନକୋଷ ତିଆରି କରିଛନ୍ତି ।

ଏହି ଅଭିଯାନ ଉଇକିମେଡିଆ ଫାଉଣ୍ଡେସନର ଏକ ପ୍ରକଳ୍ପ ଯାହାର ଲକ୍ଷ ଉଇକିମେଡିଆ ପ୍ରକଳ୍ପ ବିଷୟରେ ସଚେତନତା ବଢେଇବା । ଏହା ନିତାନ୍ତ ଆବଶ୍ୟକ: ଆମେ ଜାଣୁ, ଗବେଷଣା ଅନୁଯାୟୀ ଦୁନିଆଁର ସବୁଯାଗାରେ ଉଇକିପିଡ଼ିଆର ସଚେତନତା ସମାନ ନୁହେଁ । ଆମେରିକା ଏବଂ ୟୁରୋପରେ ହାରାହାରି ୮୫ ପ୍ରତିଶତ ଲୋକେ ଉଇକିପିଡ଼ିଆ ବିଷୟରେ ଜାଣିଛନ୍ତି, ଏହି ହାର ଅନ୍ୟ ଜାଗାରେ ବହୁତ କମ । ଗବେଷଣା ଅନୁଯାୟୀ ଦେଖାଯାଉଛି ଯେ ଭାରତରେ ଇଣ୍ଟରନେଟ ବ୍ୟବହାର କରୁଥିବା ଲୋକମାନଂକ ମଧ୍ୟରୁ ଜମା ୩୩ ପ୍ରତିଶତ, ଇରାକରେ ଇଣ୍ଟରନେଟ ବ୍ୟବହାର କରୁଥିବା ଲୋକମାନଂକ ମଧ୍ୟରୁ ଜମା ୧୯ ପ୍ରତିଶତ ଏବଂ ବ୍ରାଜିଲରେ ଇଣ୍ଟରନେଟ ବ୍ୟବହାର କରୁଥିବା ଲୋକମାନଂକ ମଧ୍ୟରୁ ଜମା ୩୯ ପ୍ରତିଶତ ଲୋକ ଉଇକିପିଡ଼ିଆ ବିଷୟରେ ଶୁଣିଛନ୍ତି ।

ଏହି ସଚେତନତା କଣ ପାଇଁ ଦରକାର? ନୂଆ ବ୍ୟବହାରକାରୀ ତିଆରି କରିବା, ସାହାଯ୍ୟ କରିବା ଏବଂ ଉଇକିମେଡିଆ ପ୍ରକଳ୍ପରେ ଭାଗ ନେବାପାଇଁ ସଚେତନତା ହେଉଛି ମୂଳ ସୋପାନ । ଆମେ ଜାଣିଚୁ କମ ସଚେତନତା କମ ବ୍ୟବହାରରୁ ଆସେ ଆଉ ବ୍ୟବହାର ନ କଲେ ଲୋକମାନେ କେବେ ଅବଦାନ କରିବେ ନାହିଁ କି ଖୋଲା ଜ୍ଞାନ ବା ମାଗଣା ଜ୍ଞାନ ପାଇଁ କେବେବି ଲଢ଼ିବେ ନାହିଁ । ଜ୍ଞାନ ସାଧନ ମଣିଷର ଏକ ମୌଳିକ ଅଧିକାର । ଲୋକମାନଙ୍କୁ ଏଥିରେ ଅଧିକ ମିସେଇବାଦ୍ୱାରା ଆମେ ଉଭୟ ଖୋଲା ଜ୍ଞାନ ସାଧନା ଏବଂ ବିଭିନ୍ନତା ଥିବା ଏକ ଜ୍ଞାନର ଖୋଲା ଗନ୍ତାଘର, ଯୋଉଠି ସମସ୍ତେ ମିଶି ଇତିହାସକୁ ଲେଖୁଛନ୍ତି, ସେଠାରେ ସମସ୍ତଙ୍କୁ ମୁକ୍ତରେ ପହେଞ୍ଚଇ ପାରିବା ।

ଏହି ଅଭିଯାନରେ ଯୋଗ ଦିଅନ୍ତୁ

ଉତ୍ସାହିତ କରିବା ଅଭିଯାନଗୁଡିକ ମାସବ୍ୟାପୀ କାର୍ଯ୍ୟକ୍ରମ ଯେଉଁଠିକି ଉଇକିମେଡିଆ ପ୍ରକଳ୍ପର କେତୋଟି ଗୁରୁତ୍ୱପୂର୍ଣ ଆହ୍ୱାନ ପାଇଁ ମିଳିମିଶି କାମ କରିବା ଏକ ମୁଖ୍ୟ ଲକ୍ଷ । ନୂଆ ବିଚାର ଦେବା ପାଇଁ ଏହା ଏକ ପ୍ରକୃଷ୍ଠ ସମୟ, ଏହାଛଡା ଆପଣ ଅନ୍ୟକାମରେ ମଧ୍ୟ ଭାଗ ନେଇପାରିବେ: ନିଜ ବିଚାର ପାଇଁ ଅବଦାନ କରି ପାରିବେ, ଅନ୍ୟମାନଙ୍କ ପରାମର୍ଶରେ ଆପଣ ନିଜ ମତ ଦେଇପାରିବେ ଏବଂ ନିଜକୁ ଅନ୍ୟ ମାନଙ୍କ ପ୍ରକଳ୍ପରେ ସ୍ଵେଛାସେବକ ଭାବେ ନାମ ଲେଖାଇପାରିବେ ।

ନୂଆ ବିଚାରରେ ଆପଣଂକୁ ସାହାଯ୍ୟ କରିବା ପାଇଁ ସାହାଯ୍ୟ କରାଯିବ । ଅଭିଯାନ ପୃଷ୍ଠାରେ ଆପଣ ଦୁଇଟି ଭିଡ଼ିଓ ଦେଖିପାରିବେ ଯେଉଁଥିରେ ନାଇଜେରିଆ ଆଉ ଭାରତରେ ସଚେତନତା ବଢେଇବା ପାଇଁ କଣ ସବୁ କରାଯାଇପାରିବ ତାହା ଦେଖା ଯାଇଛି । ଆମେ ଦୁଇଟି କର୍ମଶାଳା ମଧ୍ୟ କରୁଛୁ: କେମିତି ସଚେତନତା ବଢାଯିବ ଆଉ କେମିତି ଯୋଜନା କରାଯିବ । ସବିଶେଷ ଦେଖନ୍ତୁ ଏବଂ କର୍ମଶାଳାରେ ଯୋଗ ଦେବାପାଇଁ ନାମ ଲେଖାନ୍ତୁ ।

ନୂଆ ପାଠକ ଉତ୍ସାହ କରିବା ଅଭିଯାନରେ ଯୋଗ ଦିଅନ୍ତୁ ଏବଂ ଦୁନିଆଁସାରା ନୂଆ ପାଠକମାନଙ୍କ ପାଖରେ ଉଇକିପିଡ଼ିଆର ମଜା ପହଁଚେଇବାରେ ଆମକୁ ସାହାଯ୍ୟ କରନ୍ତୁ ।

ମାରିଆ କୄଯ, କମ୍ୟୁନିକେସନ ଆଣ୍ଡ ଆଉଟରିଚ ପ୍ରୋଜେକ୍ଟ ମ୍ୟାନେଜର, ଲର୍ଣିଂଗ ଆଣ୍ଡ ଈଭାଲୁଏସନ, ଉଇକିମେଡିଆ ଫାଉଣ୍ଡେସନ”

ଏହି ଅଭିଯାନଟି ଉଇକିମେଡିଆ ଫାଉଣ୍ଡେସନର କମ୍ୟୁନିଟି ରିସୋର୍ସ ଟିମର ନିଉ ରିଡ଼ର୍ସ ଟିମର ସହାୟତା ଦ୍ୱାରା କରାଯାଇଛି, ଏଥିରେ ସହବନ୍ଧିତ, ଦର୍ଶକ ଏବଂ ସମ୍ପର୍କରେ ଥିବା ଲୋକମାନେ ଅନ୍ତର୍ଗତ

୯ ଜାନୁୟାରୀରୁ ଆପଣଙ୍କ ପରାମର୍ଶ ଦିଅନ୍ତୁ

Archive notice: This is an archived post from blog.wikimedia.org, which operated under different editorial and content guidelines than Diff.